ମନୋରଞ୍ଜନ

ଅଭିନେତା ପ୍ରକାଶ ରାଜ୍‌ଙ୍କୁ ଇଡି ସମନ 

(ମୁମ୍ବାଇ)  : ଅଭିନେତା ପ୍ରକାଶ ରାଜ୍‌ଙ୍କୁ ଇଡି ସମନ ଜାରି । ତିରୁଚିରାପଲ୍ଲୀର ପ୍ରଣବ ଜୁଏଲର୍ସ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କାର ପୋଞ୍ଜି ସ୍କିମ୍‌ ମାମଲାରେ ଅଭିନେତା ପ୍ରକାଶ ରାଜ୍‌ଙ୍କୁ ଇଡି ସମନ କରିଛି। ସୁନା ନିବେଶ ସ୍କିମ ନାମରେ ପ୍ରଣବ ଜୁଏଲର୍ସ ୧୦୦ କୋଟି ଟଙ୍କା ଜନସାଧାରଣଙ୍କ ଠାରୁ ସଂଗ୍ରହ କରିଥିବା ଅଭିଯୋଗ ଇଓଡବ୍ଲ୍ୟୁ କରିଛି।  ତେବେ ୫୮ ବର୍ଷୀୟ ଅଭି‌ନେତା ପ୍ରକାଶ ରାଜ୍‌ ପ୍ରଣବ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ଅଛନ୍ତି। ଆସନ୍ତା ସପ୍ତାହରେ ଚେନ୍ନାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାଲାଗି ତାଙ୍କୁ କୁହାଯାଇଛି।

ସୂଚନାନୁଯାୟୀ , ଏହି ମାମଲାରେ ପୁର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୩.୭୦ ଲକ୍ଷ ଟଙ୍କାର ନଗଦ ଅର୍ଥ ଏବଂ ୧୧.୬୦ କେଜି ସୁନା ଗହଣା ଜବତ କରାଯାଇଥିଲା। ତ୍ରିଚିଠାରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏତଲା ରୁଜୁ ହୋଇଥିଲା। ସେହି ଏତଲା ଆଧାରରେ ଇଡି ତଦନ୍ତ ‌ଚଳାଇଛି। ଆକର୍ଷଣୀୟ ରିଟର୍ଣ୍ଣ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କମ୍ପାନି ଏଥିରେ ବିଫଳ ହୋଇଥିଲା।

Related posts

ଆସୁଛି ଭିକ୍କିଙ୍କର ୪ଟି ସିନେମା 

mahabharatanews

କ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ  

mahabharatanews

ଆରପାରିରେ ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବଳା, ୬୯ ବର୍ଷ ବୟସରେ ଦେହାନ୍ତ

mahabharatanews