ଭାରତ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରୁ ବାଦ ପଡିଲେ ୭ଜଣ ପୁଲିସ କର୍ମଚାରୀ 

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ । ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘଟିଥିବା ତ୍ରୁଟି ନିମନ୍ତେ ପଞ୍ଜାବ ସରକାର ଶନିବାର ଦିନ ଜଣେ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ନାମରେ କର୍ତ୍ତବ୍ୟରେ ଅବହେଳାଜନିତ ‘ଚାର୍ଜସିଟ୍‌’ ଫାଇଲ୍‌ କରାଯାଇଛି।

ସୂଚନାନୁଯାୟୀ, ୨୦୨୨ ଜାନୁଆରି ୫ ତାରିଖ ଦନି ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଅଧଘଣ୍ଟା କାଳ ଫସି ରହିଥିବା ବେଳେ ସାଙ୍ଘା ଫିରୋଜପୁରର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଥିଲେ। ଉକ୍ତ ଫ୍ଲାଇଓଭର୍‌ ଶେଷ ମୁଣ୍ଡରେ ୩୦୦ ପ୍ରତିବାଦକାରୀ ସମବେତ ହୋଇଥିଲେ। ତେଣୁ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ‘ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌’ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଓ ତା’ସହିତ ଯାଉଥିବା ସମସ୍ତ ଗାଡ଼ି ଅଟକାଇ ପୁଣି, ବିମାନ ବନ୍ଦରକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ଏହି ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ କରୁଥିବା ସୁପ୍ରିମ୍‌ କୋର୍ଟଙ୍କଦ୍ବାରା ନିଯୁକ୍ତ କମିଟି ପଞ୍ଜବ ରାଜ୍ୟର କେତେ ଜଣ ସରକାରୀ ଅଧିକାରୀଙ୍କୁ ଦାୟୀ କରିଥିଲା।

Related posts

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୧୩୨୭ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

ନିଜ ଦଳର ନାମ ଘୋଷଣା କଲେ ସୁପରଷ୍ଟାର ବିଜୟ

mahabharatanews