ଓଡିଶା

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣ ପଦକ

(ଦିଲ୍ଲୀ) : ପ୍ରଗତି ମୈଦାନରେ ଓଡିଶାର ଝଲକ । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ମିଳିଛି ସ୍ବର୍ଣ୍ଣ ପଦକ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତଥା ବିଭିନ୍ନ ମନ୍ତ୍ରାଳୟ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଓଡିଶା ପାଭିଲିୟନକୁ ମର୍ଯ୍ୟାଦାଜନକ ସ୍ବର୍ଣ୍ଣ ପୁରସ୍କାର ମିଳିଛି ।

ସୂଚନାନୁଯାୟୀ  ମୁଖ୍ଯତଃ ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ମିଲେଟ୍ ପ୍ରସ୍ତୁତ ଖାଦ୍ୟ ତଥା ମିଶନ ଶକ୍ତି ସଦସ୍ୟଙ୍କ ପ୍ରସ୍ତୁତ ସାମଗ୍ରୀ ଓଡିଶା ପାଭିଲିୟନରେ ସ୍ଥାନିତ ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏହି ପାଭିଲିୟନ ପରିଦର୍ଶନ କରିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଓଡିଶା ସରକାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପାଭିଲିୟନ ପରିଦର୍ଶନ କରି ନିୟମିତ ସ୍ଥିତି ସମୀକ୍ଷା କରିଥିଲେ ।

Related posts

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

mahabharatanews

ପ୍ରଥମ ଥର ପାଇଁ କଟକ ‘ମହାନଦୀରେ ବୋଇତ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ

mahabharatanews

ହରିଶଙ୍କରରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ

mahabharatanews