ଭାରତ

ସଂସଦରୁ ବହିଷ୍କାର ହେଲେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର

(ଦିଲ୍ଲୀ) : ଲୋକସଭାରୁ ବହିଷ୍କାର ହେଲେ  ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ତାଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ନୈତିକତା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ଆଜି ନୈତିକତା କମିଟି ଏହାର ରିପୋର୍ଟ ଉପସ୍ଥାପନ କରିବା ପରେ ଶ୍ରୀମତୀ ମୈତ୍ରଙ୍କ ଦଳ ଟିଏମ୍‌ସି ସମେତ ଶାସକ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ରିପୋର୍ଟ ଉପସ୍ଥାପିତ ହେବା ପରେ ହଙ୍ଗାମା ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। ଯେତେବେଳେ ଶ୍ରୀମତୀ ମୈତ୍ରାଙ୍କୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

Related posts

ମନ ମୋହୁଛି ରଣବୀର ଓ ଆଲିଆଙ୍କ ଯୋଡି

mahabharatanews

ସ୍ଖଳନର ଶିକାର ହୋଇଛି ଭାରତୀୟ ସେନାର ବାହାନ

mahabharatanews

ଅଙ୍ଗ ପ୍ରତିରୋପଣରେ ବିଳମ୍ବ କାରଣରୁ ମୃତ୍ୟୁ ; ହିରୋଇନ୍‌ ମୀନାଙ୍କ ସ୍ୱାମୀ ପରଲୋକ

mahabharatanews