ଓଡିଶା

୨୪ ଘଣ୍ଟା ପୂର୍ବରୁ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ ୱାଲ

(ବାଲେଶ୍ଵର) :  ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ବ୍ରିଜ୍‌ ସୁରକ୍ଷା ପାଇଁ କରାଯାଇଥିବା ୱାଲ୍‌ ଧରାଶାୟୀ ହୋଇଛି। ନିମ୍ନମାନର କାର୍ଯ୍ୟ ପାଇଁ ନିର୍ମାଣଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣଧୀନ ବ୍ରିଜର୍ ବଡ଼ ୱାଲ ଗଡ଼ି ପଡ଼ିଲା। କୋଟି କୋଟି ଟଙ୍କାର ଏକ ବଡ଼ କେନାଲ ନିର୍ମାଣ ହେଉଥିବାରୁ ୬ଟି ୱାଲ ହୋଇଥିଲା। କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବିନା ବେଶରେ ୱାଲ ହୋଇଥିବା ଯୋଗୁ ଗୋଟିଏ ୱାଲ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି।

ସୂଚନାନୁଯାୟୀ,ଶନିବାର ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଗଡ଼ି ପଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଖୁସିର କଥା ହେଲା ଯେ, ଏହି ଅଘଟଣରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Related posts

ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

mahabharatanews

ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ରଫିକ୍ଙ୍କ ଶପଥ ପାଠ

mahabharatanews