ଓଡିଶା

‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ଏବ ନୂତନ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର : “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ବାପୁଜୀନଗର ସ୍ଥିତ ପ୍ୟାରିସ୍‍ ବେକରୀ ଆଉଟ୍‍ ଲେଟ୍‍ ଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଅଛି । କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଂଟନ କରାଯାଉଅଛି । ଲୋକମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ‘ଉଡ୍ର’ ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ ଘୋଷଣା କରିଥିଲେ ।

ଆଜିଠାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦ୍ୱୀପ, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, ମୁମ୍ବାଇ, କୋଲକତା, ପୁନେ, ହାଇଦ୍ରାବାଦ ଠାରେ ‘ଉଡ୍ର’ ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ବ ହୋଇଅଛି । ଯେଉଁମାନଙ୍କର ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ନାହିଁ ସେମାନଙ୍କ ପାଖରେ ଖଣ୍ଡେ ବସ୍ତ୍ର ପହଂଚାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ବିଭିନ୍ନ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପହଂଚାଉଛି । ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ଅଛି ସେମାନେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ । ଏହା ମାଧ୍ୟମରେ ଆପଣ ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ମହତ୍‍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ‘ଉଡ୍ର’ ପକ୍ଷରୁ ନିବେଦନ କରାଯାଇଅଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିଥି ଭାବେ ପବିନ୍‍ ଅଗ୍ରୱାଲ୍‍, ଡ. ଅମ୍ରିତ୍‍ ପାଟଯୋଶୀ, ଅଭିନେତ୍ରୀ ସୁରିୟମୟୀ ଉପସ୍ଥିତ ଥିଲେ ।

‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ଉପସଭାପତି ଡ. ସୂର୍ଯ୍ୟପ୍ରକାଶ ଏସ୍‍. ଚୌଧୁରୀ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ପ୍ୟାରିସ୍ ବେକରୀ ଆଉଟ୍‌ଲେଟ୍‌ର ସତ୍ୱଧିକାରୀ ବି.ଟି. ଭରଦ୍ୱାଜ, ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ନିର୍ଦ୍ଦେଶକ ବାବୁ ବାବୁ, ଦେବୀପ୍ରସାଦ ମଙ୍ଗରାଜ, ଅସିତ୍‍ ସାହୁ, ପବନ ପାତ୍ରୋ, ଭାଗ୍ୟଧର ସାମଲ, ବିଶ୍ୱଜିତ୍‍, ରୋଶନ୍‍, ତାପସ୍‍, ଅଂଶ ଦାସନାୟକଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Related posts

ସପ୍ତାହେ ପାଇଁ କରୁଆ ପଞ୍ଚାୟତର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

ଉତ୍ତର ଓଡିଶାର ଟାଣୁଆ ନେତା ମଦନ ମୋହନଙ୍କ ପରଲୋକ

mahabharatanews

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର

mahabharatanews