ଓଡିଶା

୨୨ରେ ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

(ଭୁବନେଶ୍ୱର) : ଆସନ୍ତା ଡିସେମ୍ବର ୨୨ତାରିଖ ଦିନ ଭାରତ ବନ୍ଦ । ଏଭଳି ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। ଆନ୍ଧ୍ର-ଓଡିଶା ବଡର ଡିଭିଜନର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରିଛି । ୧୬ ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ସରକାର ବିରୋଧୀ ଅଭିଯାନ ପାଳନ କରିବା ସହ ୨୨ ତାରିଖ ଦିନ ଭାରତ ବନ୍ଦ କରାଯିବ ବୋଲି କୁହାଯାଇଛି ।

ସୂଚନାନୁଯାୟୀ , ଝାଡଖଣ୍ଡ ଓ ବିହାରରେ ଲୋକଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି । ଆଜି ବିଶ୍ୱରେ ସାମ୍ରାଜ୍ୟବାଦ ଏକ ଗମ୍ଭୀର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି । ଏହାର ସମାଧାନ ହେଉଛି ଗରିବ ଦେଶ, ସେମାନଙ୍କ ସମ୍ବଳ ଏବଂ ବଜାର ତଥା ଜଗତୀକରଣ ନୀତି ମାଧ୍ୟମରେ ଲୋକଙ୍କ ଶ୍ରମ ଶକ୍ତି ଲୁଟିବା ପାଇଁ ସଂଗ୍ରାମ କରୁଥିବା ଲୋକଙ୍କୁ ଅତ୍ୟାଚାର କରିବା ପାଇଁ ଷଡଯନ୍ତ୍ର କରିବା ।

Related posts

ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା

mahabharatanews

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

mahabharatanews

୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

mahabharatanews