ଓଡିଶା

ଦେଖୁ ଦେଖୁ ଜଳିଗଲା ୧୫ ଦୋକାନ 

(ଭଦ୍ରକ) : ଭଦ୍ରକ ରଥପଦା ମାର୍କେଟ୍ ରେ ଭୟବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୫ଦୋକାନ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ହୋଇଛି ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।  ଅଗ୍ନିଶମ ବାହିନୀ ପହଞ୍ଚି ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ଅଧିକ ଧୂଆଁ ବାହାରିକା କାରଣରୁ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାକୁ କଷ୍ଟକର ହୋଇଥିଲା । ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ସୂଚନାନୁଯାୟୀ , ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଏକ ଦୋକାନରେ ନିଆଁ ଲାଗିଯାଇଥିଲା ।ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିଯାଇ ଥିଲା । ରାତି ହୋଇଥିବାରୁ ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ହୋଇପଡିଥିଲା ।

Related posts

ଆଜି ଶ୍ରମିକ ଦିବସ, ବାରଦୁଣ୍ଡି ସୁଣ୍ଡି ପିଣ୍ଡା ହେଉଛନ୍ତି ଶ୍ରମିକ

mahabharatanews

ଆହୁରି ଖସିବ ତାପମାତ୍ରା

mahabharatanews

ସତ୍ୟବାଦୀରେ ଅଗ୍ନିଉତ୍ସବ ଅନୁଷ୍ଠିତ

mahabharatanews