ମନୋରଞ୍ଜନ

ଆସୁଛି  ‘ରାମାୟଣ’ର ପ୍ରଥମ ଭାଗ 

(ମୁମ୍ବାଇ) : : ଆନିମଲ’ ପରେ ଅଭିନେତାଙ୍କୁ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ତାଙ୍କୁ ଅଭିନୟ କରିବାର ଦେଖିବାକୁ ମିଳିବ। ଏହି ସିନେମାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି। ସେହିପରି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲଭୀ ଏଥିରେ ମାତା ସୀତା ଭୂମିକାରେ ନଜର ଆସିବେ। ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦକ୍ଷିଣ ସୁପରଷ୍ଟାର ୟଶଙ୍କୁ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଦେଖିବାକୁ ମିଳିବ। ରଣବୀର କପୁର ଏବଂ ସାଇ ପାଲ୍ଲାଭି ୨୦୨୪ ଆରମ୍ଭରେ ‘ରାମାୟଣ’ ପ୍ରଥମ ଭାଗ ପାଇଁ ସୁଟିଂ ଆରମ୍ଭ କରିବେ ବୋଲି ଯୋଜନା ଅଛି।

ସୂଚନାନୁଯାୟୀ ,୨୦୨୩ ମସିହାର ତୃତୀୟ ସର୍ବାଧିକ ଆୟ କରିଥିବା ସିନେମା ତାଲିକାରେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍‌’ ସାମିଲ ହୋଇଛି। ଏହି ସିନେମାରେ ରଣବୀରଙ୍କ ଅଭିନୟ ଦେଖି ‌କିଛିଲୋକ ଟ୍ରୋଲ କରୁଥିବା ବେଳେ ଅନେକ ଦର୍ଶକ ଅଭିନେତାଙ୍କ ଅଭିନୟକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

 

 

Related posts

୨୦୦ କୋଟି ଆୟ କଲା ଫିଲ୍ମ ‘ଫାଇଟର୍’

mahabharatanews

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews

ସରିଲା ଲାବନ୍ୟା ଓ ବରୁଣଙ୍କ ନିର୍ବନ୍ଧ

mahabharatanews