ଓଡିଶା

 ଆଜିଠୁ ଆରମ୍ଭ ହେବ ପହିଲି ଭୋଗ ନୀତି

(ପୁରୀ) : ଆଜିଠୁ ଆରମ୍ଭ ହେବ ପହିଲି ଭୋଗ ନୀତି । ଏଥି ଲାଗି ରାତି ୨ଟାରୁ ମନ୍ଦିରର ଦ୍ୱାର ଫିଟାଯିବ । ଏହା ପରେ ୨.୪୫ରେ ମଙ୍ଗଳ ଆଳତୀ ପରେ ମଇଲମ ରୋଷହୋମ ଓ ତଡ଼ପଲାଗି ଆଦି କେତେକ ନୀତି କରାଯିବ । ଆସନ୍ତାକାଲି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଏହି ନୀତି କରାଯିବାର ବିଧି ରହିଛି । ନୀତିନିର୍ଘଣ୍ଟ ଅନୁଯାୟୀ ପୂର୍ବାହ୍ନ ୬ଟା ସୁଦ୍ଧା ଶ୍ରୀଜୀଉଙ୍କୁ ପହିଲି ଭୋଗ ଅର୍ପଣ କରାଯିବା ନୀତି ରହିଛି ।

ସୂଚନାନୂଯାୟୀ , ପୌଷ ମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇ ଥିବାରୁ ମା’ ଯଶୋଦା ପୁଅ ଜଗନ୍ନାଥଙ୍କୁ ବଡିଭୋରରୁରୋଷେଇ କରି ଖାଇବାକୁ ଦେଇଥା’ନ୍ତି । ପୌଷମାସରେ ଦିନ ସାଢେ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ପହୁଡ଼ କରାଯିବ । ଅପରାହ୍ନରେ ଦ୍ୱାର ଫିଟାଯାଇ ବେଶ, ସଂଧ୍ୟାଧୂପ, ଚନ୍ଦନ ଲାଗି, ବଡ଼ସିଂହାର ଭୋଗ ଓ ଟୋପର ଲାଗି ହୋଇ ରାତି ୧୧ଟା ସୁଦ୍ଧା ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।

Related posts

ବିମ୍ବାଧର ୱେଲ ଫେୟାର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

mahabharatanews

ବିବେକାନନ୍ଦ ୟୁଥ କ୍ଳବ ତରଫରୁ ଏକ ସ୍ଵଛକୃତ ରକ୍ତଦାନ ଶିବିର ଆୟୋଜନ

mahabharatanews

ପାରିବାରିକ କଳହରୁ ହିଂସା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

mahabharatanews