ଓଡିଶା

୧୦ ଡିଗ୍ରୀ ତଳେ ୧୪ଟି ସହର

(ଭୁବନେଶ୍ୱର) : ଥଣ୍ଡାରେ ଥରୁଛି ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ତଳକୁ ଖସି ଆସିଛି। ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୪ ଡିଗ୍ରି ରେକର୍ଡ ‌କରାଯାଇଛି।

ସୂଚନାନୁଯାୟୀ , ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ ଶୀତ ଅନୁଭୂତ ହୋଇଛି | ଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୪ ଡିଗ୍ରି ରେକର୍ଡ କରାଯାଇଛି | କିଛିଦିନ ହେଲା ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହୁଛି। ତେବେ କେନ୍ଦ୍ରୀୟ ଉପକୂଳ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତିର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅପେକ୍ଷାକୃତ କମିଛି।

Related posts

ଭୁବନେଶ୍ୱର:  ୯୩ କ୍ୱାରେଣ୍ଟାଇନରୁ ୩୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

mahabharatanews

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

mahabharatanews