ଓଡିଶା

୧୦ ଡିଗ୍ରୀ ତଳେ ୧୪ଟି ସହର

(ଭୁବନେଶ୍ୱର) : ଥଣ୍ଡାରେ ଥରୁଛି ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ତଳକୁ ଖସି ଆସିଛି। ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୪ ଡିଗ୍ରି ରେକର୍ଡ ‌କରାଯାଇଛି।

ସୂଚନାନୁଯାୟୀ , ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ ଶୀତ ଅନୁଭୂତ ହୋଇଛି | ଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୪ ଡିଗ୍ରି ରେକର୍ଡ କରାଯାଇଛି | କିଛିଦିନ ହେଲା ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହୁଛି। ତେବେ କେନ୍ଦ୍ରୀୟ ଉପକୂଳ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତିର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଅପେକ୍ଷାକୃତ କମିଛି।

Related posts

ଜୁନ ପରେ ଜୁଲାଇରେ ନିଅଣ୍ଟିଆ ବର୍ଷା,ଚିନ୍ତାରେ ଚାଷୀ 

mahabharatanews

ବଢୁଛି ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

mahabharatanews

ଚାଲାଣ ବେଳେ ୧୨ ନାବାଳକଙ୍କ ସମେତ ୮୧ ଦାଦନ ଉଦ୍ଧାର

mahabharatanews