ବିଶ୍ୱଭାରତ

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

(ଦିଲ୍ଲୀ)  : ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ।  ଭାରତ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯାହା ପରେ ମାକ୍ରନ ମୁଖ୍ୟ ଅତିଥି ହେବା ନେଇ ସମ୍ମତି ଜଣାଇଥିବା ନେଇ ସୂଚନା ରହିଛି । ତେବେ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ।

ସୂଚନାନୁଯାୟୀ , ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଗମନ ବିଷୟରେ ଖବର ଚର୍ଚ୍ଚାରେ ରହିଥିଲା । ହେଲେ ଜାନୁଆରୀରେ ସେ ଦିଲ୍ଲୀ ଆସିପାରିବେ ନାହିଁ ବୋଲି ଜଣାଇଥିଲେ । ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଫ୍ରାନ୍ସ ନେତାଙ୍କୁ ଗଣତନ୍ତ୍ର ଦିବସରେ ଅତିଥି ଭାବେ ନିମନ୍ତ୍ରଣ କରିିଥିବା ନେଇ ସୂଚନା ରହିଛି । ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ‘ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ତ୍ କ୍ରସ୍ ଅଫ୍ ଗି ଲିଜିଅନ୍ ଅଫ୍ ଅନର’ ପ୍ରଦାନ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଫ୍ରାନ୍ସର ଏହି ସମ୍ମାନ ପାଇଥିଲେ ।

Related posts

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

mahabharatanews

ସଫଳ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ଆନ୍ତର୍ଜାତୀୟ ସ୍ତରରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇଛି

mahabharatanews

ବାତ୍ୟା ‘ବିପର୍ଯ୍ୟୟ’ : ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ

mahabharatanews