ଭାରତ

ଇସ୍ରାଏଲ ସେନା ଉପରେ ଅଧିକ କଟକଣା 

(ଦିଲ୍ଲୀ) : ପାଲେଷ୍ଟାଇନର ସାଧାରଣ ନାଗରିକଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଇସ୍ରାଏଲର ଏକ ସାମରିକ ଓ ପୁଲିସ ଶାଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ବିଚାର କରୁଛି ବୋଲି ରବିବାର ଆମେରିକାର ଦୁଇଟି ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁଯାୟୀ , ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଦୁଇ ସହଯୋଗୀ ଦେଶ ମଧ୍ୟରେ ସମ୍ପର୍କକୁ ଏହା ତିକ୍ତ କରିପାରେ ବୋଲି କୁହାଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର କହିଛନ୍ତି ଯେ ସେ ଇସ୍ରାଏଲର ଯେକୌଣସି ସାମରିକ ଶାଖା ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧରେ ସମସ୍ତ ଶକ୍ତି ସହିତ ଲଢ଼ିବେ। ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଇସ୍ରାଏଲ ସେନାର ନେତଜା ୟେହୁଦା ଓ ଅନ୍ୟ କେତେକ ଶାଖା ଉପରେ ଏକ ବର୍ଷରୁ ଅଧିକ ସମୟ ଧରି ତଦନ୍ତ କରିଥିଲା।

Related posts

ୟୁକ୍ରେନର ଏକ ସପିଂ ମଲ୍ରେ ଋଷର ଆକ୍ରମଣ,୧୬ ମୃତ ଓ ୫୯ ଗୁରୁତର

mahabharatanews

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

mahabharatanews

ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନର ଆପତ୍ତି କରିଛି

mahabharatanews