ଭାରତ

ଦିଲ୍ଲୀରେ ‘ସାଂଘାତିକ’ ସ୍ଥିତି

(ଦିଲ୍ଲୀ) : ଦିଲ୍ଲୀରେ ଦିନକୁ ଦିନ ବାୟୁ ଗୁଣବତ୍ତା କମିବାରେ ଲାଗିଛି । ଶନିବାର ଦିଲ୍ଲୀର ଏକ୍ୟୁଆଇ ୪୪୭କୁ ବୃଦ୍ଧି ପାଇଛି, ଯାହା ଫଳରେ ସହରର ବାୟୁର ଗୁଣବତ୍ତା (ଏକ୍ୟୁଆଇ) ସ୍ତର ୨୮ ଦିନର ଆଶ୍ବସ୍ତି ପରେ ‘ସାଂଘାତିକ’ ହୋଇଛି। ଶେଷ ଥର ପାଇଁ ଦିଲ୍ଲୀରେ ନଭେମ୍ବର ୨୪ରେ ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରେକର୍ଡ କରାଯାଇଥିଲା।

ସୂଚନାନୁଯାୟୀ , ଆସନ୍ତା ୬ ଦିନ ମଧ୍ୟରେ ଦକ୍ଷିଣ-ପୂର୍ବ ଦିଗରୁ ସର୍ବାଧିକ ପବନ ବହିବା ସହ ଦିନରେ ପବନର ବେଗ ଘଣ୍ଟା ପ୍ରତି ୪ରୁ ୧୦ କିଲୋମିଟର ଏବଂ ସନ୍ଧ୍ୟା ଓ ରାତିରେ ପବନ ଶାନ୍ତ ବହିବାର ସମ୍ଭାବନା ରହିଛି। ରବିବାର ଭେଣ୍ଟିଲେସନ୍ ଇଣ୍ଡେକ୍ସ ୧୦୦୦ ବର୍ଗମିଟର/ସେକେଣ୍ଡ ଏବଂ ସୋମବାର ୫,୦୦୦ ବର୍ଗମିଟର/ସେକେଣ୍ଡ ରହିବାର ସମ୍ଭାବନା ରହିଛି। ଆଇଆଇଟିଏମ୍‌ ଅନୁଯାୟୀ, ସହରର ମୋଟ ପିଏମ୍ ୨.୫ (କ୍ଷୁଦ୍ର କଣିକା) ନିର୍ଗମନର ୧୫.୫% ପରିବହନ, ୬.୫% ଶିଳ୍ପ ଏବଂ ୩୧.୯% ଅନ୍ୟ ଉତ୍ସରୁ ନିର୍ଗତ ହେଉଛି। ଶୁକ୍ରବାର ପିଏମ୍ ୨.୫ ଓ ପିଏମ୍ ୧୦ର ସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ଦିନ ୧୧ଟା ସୁଦ୍ଧା ହାରାହାରି ବାୟୁ ଗୁଣବତ୍ତା (ଏକ୍ୟୁଆଇ) ୩୯୮ ଥିବା ବେଳେ ଅପରାହ୍ଣ ୪ଟା ବେଳକୁ ଏହା ୪୦୯କୁ ଖସି ଆସିଥିଲା।

Related posts

ଆଜିଠାରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ

mahabharatanews

ବିସ୍ପୋରଣରେ ୨‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ

mahabharatanews

ଚଳନ୍ତା ଟ୍ରେନରେ ଗୁଳିମାଡ଼ରେ ଗଲା ୪ ଜୀବନ 

mahabharatanews