ଓଡିଶା

ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

(ରାଉରକେଲା) : ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ । ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ଏହି ବିମାନ ସେବା। ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏହି ବିମାନ । ମାତ୍ର ଦେଢ଼ ଘଣ୍ଟାରେ ରାଉରକେଲାରୁ କୋଲକାତା ପହଞ୍ଚି ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ ଦିନ ବିମାନ ଚଳାଚଳ ହେବ ।

ସୂଚନାନୁଯାୟୀ ,ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।  ରାଜ୍ୟ ସରକାର ୩୫ଟି ଆସନ ପାଇଁ ଏହି ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି । ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ଆଉ ମାତ୍ର ଦେଢ଼ଘଣ୍ଟା ମଧ୍ୟରେ କୋଲକାତା ଯାଇ ହେବ ।

Related posts

ବୃଦ୍ଧ ପିତାଙ୍କ ମୃତ୍ୟୁ ପରେ ୨ପୁତ୍ରକନ୍ୟା ପାଉନାହାଁନ୍ତି ସାହାରା

mahabharatanews

ଅକ୍ଟୋବର ୧ ପୂର୍ବରୁ ହୀରାକୁଦ ଜଳସ୍ତର ଶୀର୍ଷରେ 

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୦୫୭କୁ ବୃଦ୍ଧି

mahabharatanews