ଓଡିଶା

 ହାତୀଛୁଆର ମୃତଦେହ ଉଦ୍ଧାର 

 (ଢେଙ୍କାନାଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ୍‌ ରାମପାଳ ବନ୍ଧ ନିକଟରୁ ଆଜି ସକାଳେ ଏକ ୫ ବର୍ଷର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି।

ସୂଚନାନୁଯାୟୀ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ହାତୀପଲ ରହିଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସୋଳ ଫରେଷ୍ଟର୍‌ ସମେତ ଏକ ସ୍କ୍ବାଡ୍ ସେଠାରେ ଜଗି ରହିବା ସହ ସେମାନଙ୍କ ଗତବିଧି ଉପରେ କଡ଼ା ନଜର ରଖିଥିଲେ। ସୋମବାର ରାତିରେ ଏହି ହାତୀପଲ ମୁଣ୍ଡିଆପଶି ଗାଁରେ ପଶି ବହୁ ଧାନ ଫସଲ ନଷ୍ଟ କରିଥିଲେ ବୋଲି ଗ୍ରାମର କିଛି ଲୋକ ଅଭିଯୋଗ କରିଥିଲେ।

Related posts

ଆରମ୍ଭ ହେଲା ଭୁବନେଶ୍ୱରରୁ ସିଙ୍ଗାପୁର ବିମାନ ସେବା

mahabharatanews

ବୋଟରୁ ତେଲ ସରିଯିବାରୁ ସମୁଦ୍ର ମଝିରେ ଫସିଛନ୍ତି ୩୯ ମତ୍ସ୍ୟଜୀବୀ

mahabharatanews

ପଥର ଧସି ୩ ଜଣଙ୍କ ମୃତ୍ୟୁ

mahabharatanews