ଭାରତ

ଘର କାନ୍ଥରେ ଶୋଇଛି ମହାବଳ

(ଉତ୍ତରପ୍ରଦେଶ) : soichi mahabal ଉତ୍ତରପ୍ରଦେଶର ପିଲିଭିତ ସ୍ଥିତ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘ ରାତି ପ୍ରାୟ ୨ଟାବେଳେ ଆଟକୋନା ଗାଁକୁ ପ୍ରବେଶ କରିଥିଲା। ଏହା ଏକ ଗୁରୁଦ୍ୱାରାର ପାଚେରି ଉପରେ ଯାଇ ବସିଥିଲା। ବନ ବିଭାଗ ଖବର ପାଇ ଦେବା ପରେ ସେମାନେ ଜାଲ ସାହାଯ୍ୟରେ ସୁରକ୍ଷା କରିଥିଲେ। ଏହାକୁ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଇଛନ୍ତି।

ସୂଚନାନୁଯାୟୀ , ଏହି ବାଘର ଝଲକ ଦେଖିବା ପାଇଁ ଅନେକ ଲୋକ ଗୁରୁଦ୍ୱାରା ନିକଟରେ ଥିବା ଘରର ଛାତ ଉପରକୁ ଚଢ଼ିଯାଇଥିବା ବେଳେ ଆଉ କେତେଜଣ ସୁରକ୍ଷା ଜାଲ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଡିସେମ୍ବର ୨୬ରେ ସେୟାର ହେବା ପରେ ଏହାକୁ ୧.୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

Related posts

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ; ପତ୍ନୀ ଓ ଡ୍ରାଇଭରଙ୍କ ଗୁରୁତର

mahabharatanews

ରାଜନୀତିରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

mahabharatanews

ଦିଲ୍ଲୀରେ ଶୀତ ଲହରି ଜାରି 

mahabharatanews