ମନୋରଞ୍ଜନ

ଆସିଲା ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ 

(ମୁମ୍ବାଇ) : ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ପ୍ରଭୁ ଶ୍ରରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିବା ଅରୁଣ ଗୋଭିଲଙ୍କ ଫଟୋ ରଖି  କିଛି ଲୋକ ରାମ ବୋଲି ଭାବି ପୂଜା ବି କରୁଥିଲେ। ଆପଣ ଜାଣନ୍ତି ଯେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ସମାରୋହକୁ ଅରୁଣ ଗୋଭିଲଙ୍କୁ ନିମନ୍ତ୍ରଣ ମିଳିଛି।  ନିମନ୍ତ୍ରଣ ପାଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ‘‘ମୁଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ ହୋଇଥିବାରୁ ବେଶ୍‌ ଆନନ୍ଦିତ। ସହରକୁ ଆସି ରାମଲଲାଙ୍କୁ ଦର୍ଶନ କରିବା ପାଇଁ ମୁଁ ବେଶ୍‌ ଆଗ୍ରହୀ ଅଛି। ମୁଁ ପ୍ରଭୁଙ୍କ ଦର୍ଶନ କରିବାକୁ ଅନେକ ଦିନରୁ ଅପେକ୍ଷା କରିଥିଲି। ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ଅଯୋଧ୍ୟା ଯିବି। ଏହା ଏକ ବିରାଟ ସୁଯୋଗ। ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ରାମଚନ୍ଦ୍ରଙ୍କ ଭୂମିକାରେ ମୁଁ ଅବତୀର୍ଣ୍ଣ ହୋଇଥିଲି। ସବୁକିଛି ବହୁତ ଭଲରେ ଚାଲିଛି, ପରିବେଶ ସକରାତ୍ମକ, ଶରୀରରେ ଶକ୍ତି ଅଛି ଏବଂ ଆମେ ସମସ୍ତେ ବହୁତ ଖୁସିରେ ଅଛୁ।’’

Related posts

ଡେଟ‌ରେ ଗଲେ ଆଦିଲ ଖାନ୍ ଦୁରାନୀ

mahabharatanews

ପରଲୋକରେ ଲୋକପ୍ରିୟ ଅଭିନେତା  ଦୀନେଶ

mahabharatanews

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews