ଭାରତ

 ରାମ ରହୀମ ବାବାଙ୍କୁ ପୁଣି ୫୦ଦିନର ପାରୋଲ 

(ଦିଲ୍ଲୀ) : ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପୁଣି ମିଳିଲା ପାରୋଲ । ଏଥର ରାମ ରହୀମଙ୍କୁ ୫୦ଦିନର ପାରୋଲ ମିଳିଥିବା ଜଣାପଡ଼ିଛି। ଆଜୀବନ କାରାଦଣ୍ଡ ମିଳିବ‌ା ପରେ ଗତ ଚାରି ବର୍ଷ ମଧ୍ୟରେ ନବମ ଥର ପାଇଁ ରାମ ରହୀମଙ୍କୁ ପାରୋଲ ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ , ନଭେମ୍ବର ୨୦, ୨୦୨୩ରେ ତାଙ୍କୁ ୨୧ଦିନ ପାଇଁ ପାରୋଲ ମିଳିଥିଲା। ରାମ ରହୀମ ଏବେ ରୋହତକର ସୁନାରିଆ ଜେଲରେ ରହିଛନ୍ତି। ୨୦୧୭ମସିହାରେ ଦୁଇଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାମ ରହୀମଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ୨୦୧୯ ମସିହାରେ ତାଙ୍କ କର୍ମଚାରୀ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Related posts

ବର୍ଷକୁ ଖେଳା ହେବ ଦୁଇ ଦୁଇ ଥର ଆଇପିଏଲ

mahabharatanews

ଡେବ୍ୟୁରେ ଟାଇଟଲ ହାତେଇଲା ଗୁଜୁରାଟ ଟାଇଟନ୍ସ,

mahabharatanews

ବନ୍ୟାରେ ଫସିରହିଥିବା ପରିବାରକୁ  ଉଦ୍ଧାର କଲେ ମୁଖ୍ୟମନ୍ତ୍ରୀ 

mahabharatanews