ଓଡିଶା

ଏଣିକି ରାତିରେ ପର୍ଯ୍ୟଟକ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ

(ଭୁବନେଶ୍ୱର) : ଏଣିକି ରାତିରେ ପର୍ଯ୍ୟଟକ ବୁଲିପାରିବେ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ । ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ । ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ । ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲର ଉପକୃତ ହେବେ ।

ସୂଚନାନୁଯାୟୀ , ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି । ଏଠାରେ ଦୁଇଟି ଜଳ ଭଣ୍ଡାର ଅଛି – ଡେରାସ ବନ୍ଧ ଓ ଝୁମୁକା ବନ୍ଧ, ଯାହାକି ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦିଏ । ଏଠାରେ ମୁଖ୍ୟତଃ ୬ ଜାତିର ଉଦ୍ଭିଦ ଦେଖାଯା’ନ୍ତି ।

Related posts

ଆଗାମୀ ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା  

mahabharatanews

୨୦୨୪ କଂଗ୍ରେସ ଲାଗି ଶେଷ ସୁଯୋଗ: ଜୟଦେବ ଜେନା

mahabharatanews

80 ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି।

mahabharatanews