ଓଡିଶା

ଆଖି ବୁଜିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ 

(ଭୁବନେଶ୍ୱର) : ଆଖି ବୁଜିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ହୋଇଛି । ତାଙ୍କର ୧୦୨ ବର୍ଷ ବୟସରେ କଟକ ଏସ୍‌ସିବିରେ ହୋଇଛି ପରଲୋକ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

ସୂଚନାନୁଯାୟୀ , ଅସୁସ୍ଥ ହୋଇ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗତ ୨୪ ତାରିଖରେ ଏସସିବି ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନୀଳମଣିଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ଦଳ ମଧ୍ୟ ନିୟୋଜିତ ଥିଲେ । ତେବେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାହୁ ଅଲ ଓଡିଶା ଫ୍ରୀଡମ ଫାଇଟର ସଂଘର ସଭାପତି ଥିଲେ । ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ । ଏହାସହ ସେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି ।  ତାଙ୍କର ୧୦୨ ବର୍ଷ ବୟସରେ କଟକ ଏସ୍‌ସିବିରେ ଦେହାନ୍ତ ହୋଇଯାଇଛି ।

Related posts

ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ ସମ୍ମାନ

mahabharatanews

ସାମାଜିକ ଦୂରତା ଅବଲମ୍ବନ କରି ଶ୍ରମିକ ଦିବସ ପାଳନ

mahabharatanews

‘ହଣ୍ଟର ଗ୍ରିନ୍‌’ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

mahabharatanews