ଓଡିଶା

 ଘନକୁହୁଡି ନେଇ ଆଲର୍ଟ ଜାରି 

(ଭୁବନେଶ୍ୱର) : କଲବଲ କରୁଛି କୁହୁଡ଼ି । ଆଜି ରାଜ୍ୟର ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ କୁହୁଡ଼ି ଆସ୍ତରଣ ପଡ଼ିରହୁଛି । ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଘନ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ।

ସୂଚନାନୁଯାୟୀ , ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆଜି ଠାରୁ ଆରମ୍ଭ ବିଧାନସଭା ବଜେଟ୍ ଅଧିବେଶନ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ବୃଦ୍ଧି ପାଉଥିବାରୁ ସକାଳ ସମୟରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ସେପଟେ କୁହୁଡି ପାଇଁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

Related posts

ଘରକୁ ଫେରିବାକୁ ସାହାଯ୍ୟ ଲୋଡିଲେ ବୃଦ୍ଧା

mahabharatanews

ପରିକ୍ରମା ପ୍ରକଳ୍ପ : ଆସନ୍ତାକାଲିଠୁ ନିମନ୍ତ୍ରଣ ପତ୍ର ବଣ୍ଟନ

mahabharatanews

ପୋଟେରୁ କେନାଲ ଡିଭିଜନରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ – ୨୦୨୬ ଉଦ୍‌ଘାଟିତ

mahabharatanews