(ଭୁବନେଶ୍ୱର) : ଆଜି ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଏହି ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ କରିବା ଫଳରେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ସୂଚନାନୁଯାୟୀ , ୫ଜଣ ଆଡିସନାଲ ଏସପିଙ୍କ ସହିତ ୧୨ ଜଣ ଡିଏସପି ୩୯ ଜଣ ଇନସପେକ୍ଟର, ୧୨୨ ଜଣ ଏଏସଆଇ ୫୩୪ ଜଣ କନେଷ୍ଟବଳଙ୍କ ସମେତ ୩୩ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି । ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ନିୟୋଜିତ କରାଯାଇଛି । ଏଥିସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି ।