ମନୋରଞ୍ଜନ

ହୃଦଘାତରେ ଆଖି ବୁଜିଲେ ଅଭିନେତ୍ରୀ କବିତା ଚୌଧୁରୀ

(ମୁମ୍ବାଇ) : ପରଲୋକରେ ୮୦ଦଶକର ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀ । ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ଜଣାପଡ଼ିଛି। କବିତା ‘ଉଡ଼ାନ’ ଧାରାବାହିକରେ ଆଇପିଏସ ଅଧିକାରୀ ଭୂମିକାରେ ନଜର ଆସିଥିଲେ। ସେ ଅନେକ ଦିନ ହେବ କର୍କଟରେ ପୀଡ଼ିତ ଥିଲେ। ଅଭିନେତ୍ରୀଙ୍କ ହଠାତ ଏଭଳି ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖୀ ହୋଇଯାଇଛନ୍ତି।

ସୂଚନାନୁଯାୟୀ , କବିତା ‘ଉଡ଼ାନ’ରେ ଆଇପିଏସ ଅଧିକାରୀ କଲ୍ୟାଣୀ ସିଂହଙ୍କ ଭୂମିକାରେ ଅଭିନୟ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ‘ଉଡ଼ାନ’ ଧାରାବାହିକ ତାଙ୍କ ବଡ଼ଭଉଣୀ କଞ୍ଚନ ଚୌଧୁରୀଙ୍କ ସଂଘର୍ଷ ଉପରେ ଆଧାରିତ ଥିଲା। ଯିଏକି କିରଣ ବେଦୀଙ୍କ ପରେ ଦ୍ବିତୀୟ ଆଇପିଏସ ଅଧିକାରୀ ହୋଇଥିଲେ।

Related posts

ଫିଲ୍ମ ‘ଜୱାନ’ର ପ୍ରଥମ ସୋ’ଦେଖିବେ ସଲମାନ

mahabharatanews

‘ଛୋଟା ରାଜନ୍‌ଙ୍କୁ ଜରୁରୀ ରିଲିଫ୍‌ ମନା’ : ବମ୍ବେ ହାଇକୋର୍ଟ

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews