ଓଡିଶା

ଏନ୍‌ଏସି ଗଠନ ଦାବି; ୧୨ଘଣ୍ଟିଆ ବନ୍ଦ ପାଳନ

(ଭୁବନେଶ୍ୱର) : ଥମୁନି ଏନ୍‌ଏସି ଗଠନ ଦାବି । ରାଜ୍ୟରେ ବିଭିନ୍ନ ସ୍ଥାନରେ NAC ଦାବି ପୂରଣ ପାଇଁ ବନ୍ଦ ପାଳନ ମଧ୍ୟ କରାଯାଉଛି । ଏହି କ୍ରମରେ ଆଜି ୧୨ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି । ବାମରାକୁ ଏନ୍‌ଏସି ମାନ୍ୟତା ସହ ରେଳ ରହଣୀର ସମସ୍ୟାକୁ ସମାଧାନ କରିବାକୁ ନେଇ ବନ୍ଦ ଡାକରା ଦେଇଛି ବାମରା ନାଗରିକ କମିଟି ।
ସୂଚନାନୁଯାୟୀ , ଏହି ୧୨ଘଣ୍ଟିଆ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତା ଘାଟ ଶୁନ୍‌ଶାନ୍‌ ସହ ଦୋକାନ ବଜାର ବନ୍ଦ ରହିଛି । ହେଲେ ଜରୁରୀକାଳୀନ ସେବାକୁ ଏହି ବନ୍ଦ ଡାକରାକୁ ବାଦ୍‌ ଦିଆଯାଇଛି । ସେହିପରି ସମସ୍ତ ସରକାରୀ-ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ପରୀକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ସେହିପରି NAC ଦାବିରେ ବାଲେଶ୍ୱର ଜିଲ୍ଲା ଖଇରାରେ ବନ୍ଦ ପାଳନ କରାଯାଇଛି । ସ୍ୱାଭିମାନ ମଞ୍ଚ ଓ ଖଇରା ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କିଛି ଅଞ୍ଚଳକୁ ଏନଏସି ଘୋଷଣା କରିବା ପରେ ଖଇରାକୁ ମଧ୍ୟ ଏନଏସି ଘୋଷଣା ପାଇଁ ଦାବି ଜୋର୍ ଧରିଛି ।

Related posts

ମୌସୁମୀ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ରହିଛି

mahabharatanews

ଶିଶୁ ମନ୍ଦିରରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି

mahabharatanews

ଆକ୍ରମଣ ମାମଲା: ଏସପିଙ୍କୁ ଭେଟିଲେ ସରପଞ୍ଚ ସଂଘ

mahabharatanews