ଓଡିଶା

ବଢୁଛି ତାତି ; ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି 

(ଭୁବନେଶ୍ୱର) : ରାଜ୍ୟରେ ବଢିଲାଣି ତାତି ।  ଏନେଇ ପ୍ରସ୍ତୁତ ରହିବାକୁ ସ୍କୁଲ ଓ କଲେଜକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ହିଟ୍ ୱେଭ ମୁକାବିଲା ପାଇଁ ସଚେତନ କରାଯିବ । ସବୁ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ପାନୀୟ ଜଳ ଓ ORS ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ, ଏହା ସହ ଆଉଟଡୋର କାର୍ଯ୍ୟକ୍ରମ ନ କରିବାକୁ କୁହାଯାଇଛି । ସ୍କୁଲ, କଲେଜ ଯିବା ବେଳେ ପାଣି ବୋତଲ ନେବାକୁ ପରାମର୍ଶ ରହିଛି । ଏଥିପାଇଁ ଅଭିଭାବକ ସଚେତନ ରହିବାକୁ ନିବେଦନ କରାଯାଇଛି । ଏଥର ଅଧିକ ଦିନ ରହିବ ଗ୍ରୀଷ୍ମ ପ୍ରବାହ, ମାର୍ଚ୍ଚରୁ କଲବଲ କରିବ ତାତି ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବୱେଲ ଗୁଡିକ ମରାମତି କରାଯାଇ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଛାତ୍ରଛାତ୍ରୀ ମାନେ ଯେପରି ଅଧିକ ଖରା ସଂସ୍ପର୍ଶରେ ନ ଆସନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।

Related posts

ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

mahabharatanews

କୃଷ୍ଣଙ୍କୁ ମନେ ପକାଇ ଗିରି ଗୋବର୍ଦ୍ଧନ ପୂଜା କଲେ ମହଣ ପଞ୍ଚାୟତବାସୀ

mahabharatanews

ପ୍ରସିଦ୍ଧ କଲା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews