ଓଡିଶା

୧୫ରୁ ମାଟ୍ରିକ ଖାତା ଦେଖା 

(ଭୁବନେଶ୍ୱର) :  ଆଜି ସରୁଛି ମାଟ୍ରିକ ପରୀକ୍ଷା । ପୂର୍ବ ମାସ ଅର୍ଥାତ ଫେବୃଆରୀ ୨୦  ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ୨ ହଜାର ୯୯୧ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୫୧ହଜାର ୬୧୧ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ୭ ହଜାର ୮୩୨ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ହଜାର ୩୭ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି ।

ସୂଚନାନୁଯାୟୀ , ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯାଇଛି । ବୋର୍ଡ ମୁଖ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖୁଛି । ଆଜି ପରୀକ୍ଷା ଶେଷହେବାପରେ ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ।

Related posts

ଘରେ ପଶି ଦୁର୍ବୃତଙ୍କ ତୁମୁଳକାଣ୍ଡ

mahabharatanews

ତୁରନ୍ତ ଫି ଛାଡ଼ କରିବା ସହ ସମୟ ସୀମା ବଢାଇବାକୁ ଛାତ୍ର କଂଗ୍ରେସର ଦାବି

mahabharatanews

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

mahabharatanews