ଭାରତ

 ଇସ୍ରୋର ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ଆକ୍ରାନ୍ତ

(ଦିଲ୍ଲୀ) : ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ମୁଖ୍ୟ ଏସ ସୋମନାଥଙ୍କୁ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଛି। ଯେଉଁ ଦିନ ଭାରତର ଆଦିତ୍ୟ- L1 ମିଶନ ମହାକାଶକୁ ପଠାଯାଇଥିଲା ସେହି ଦିନ ସୋମନାଥ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ଜାଣିଥିଲେ ।

ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସେତେବେଳେ ଠିକ୍‌ ଭାବେ କିଛି ଜଣା ପଡିନଥିଲା। ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ବେଳେ ରୋଗ ଜଣାପଡିଥିଲା। ପେଟର ସ୍କାନ୍‌ କରିବା ବେଳେ ଭିତରେ କିଛି ବଢ଼ୁଥିବା ଜଣାପଡିଥିଲା। ଏହାପରେ ଡାକ୍ତରମାନେ ଏହାକୁ କ୍ୟାନ୍‌ସର ବୋଲି କହିଥିଲେ। ଏହି ଖବର ଜଣାପଡିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡିଥିଲେ ବୋଲି ସେ କହିଛନ୍ତି। ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ପରେ ଏସ୍‌. ସୋମନାଥ ନିଜ ପେଟର ସ୍କାନିଂ କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ।

Related posts

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ପୁଣି ଅସୁସ୍ଥ

mahabharatanews

ଅନନ୍ତନାଗରେ ଜଣେ ଆତଙ୍କବାଦୀର ଶବ ଉଦ୍ଧାର

mahabharatanews

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews