ଓଡିଶା

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା

(ଭୁବନେଶ୍ୱର) : ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା। ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା ହୋଇଛି । ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ବି ରୋକ୍‌ ଲଗାଇଲେ ରାଜ୍ୟ ସରକାର । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନାନୁଯାୟୀ , ଜାତୀୟ ଉଦ୍ୟାନ ଓ ଅଭ୍ୟାରାଣୀୟ ଓ ଇକୋ ଟୁର୍ ସାଇଟରେ ପିଇବା ପାଣି ବ୍ୟବସ୍ଥା ରହିବ। ଏମିତିକି ପର୍ଯ୍ୟଟକ ମିନେରାଲ ବୋତଲ ବି ନେଇପାରିବେନି । ଖାଇବା ଜିନିଷକୁ ଗରମ ରଖୁଥିବା ରାପର୍ସକୁ ନିର୍ଦ୍ଦଷ୍ଟ ସ୍ଥାନରେ ପକେଇବାକୁ ପରାମର୍ଶ ଦିଆଯାଇଛି । କଟକଣା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ଦ୍ରୁତଗତିରେ ବାଇକ୍ ଚଳାଇ ଯୁବକ ମୃତ

mahabharatanews

୨୨ ତାରିଖରେ ଓଡ଼ିଶାରେ ଅଧା ଛୁଟି

mahabharatanews