(ଛତିଶଗଡ଼) : ଓଡିଶା ସୀମାନ୍ତ ଛତିଶଗଡ଼ ବିଜାପୁରଠାରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ । ବିଜେପି ନେତା କୈଳାଶ ନାଗଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ତେବେ ଅପହରଣ ପରେ ମାଓବାଦୀମାନେ କୈଳାଶଙ୍କୁ ହତ୍ୟା କରିଥିଲେ । ତେବେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।
ସୂଚନାନୁଯାୟୀ , ଗତକାଲି ବିଜାପୁର କୋଟମେଟା ଗାଁରୁ କୈଳାଶଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଆଉ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଘଟଣାସ୍ଥଳରେ ଗୋଟିଏ ଜେସିବି ପୋଡିବା ସହ ଗତକାଲି ସନ୍ଧ୍ୟାରେ ମାଓବାଦୀମାନେ ଏହି କାଣ୍ଡ କରିଥିବା ଜଣାପଡିଛି । ବିଜାପୁର ବିଜେପି ବ୍ୟବସାୟୀ ପ୍ରକୋଷ୍ଠର କୈଳାଶ ଉପାଧ୍ୟକ୍ଷ ଥିଲେ ।
