ଭାରତ

 ବିଜେପି ଛାଡିବାକୁ ଗଡକରୀଙ୍କୁ ପ୍ରସ୍ତାବ

(ମହାରାଷ୍ଟ୍ର): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବିଜେପି ଛାଡି ମହା ବିକାଶ ଅଘାଡିରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଏହି ବିବୃତ୍ତି ପରେ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୁଚନାନୁଯାୟୀ , ଏହି ପ୍ରସଙ୍ଗରେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ଏକ ସପ୍ତାହ ପୂର୍ବରୁ ବିଜେପି ଲୋକସଭା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ନିତିନ ଗଡକରୀଙ୍କ ନାମ ନଥିଲା। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ନୀତିନ ଗଡକରୀଙ୍କୁ ଏମଭିଏରୁ ନିର୍ବାଚନ ଲଢ଼ିବା ପାଇଁ ଅଫର ଦେଇଛନ୍ତି । ଏନେଇ ସୁପ୍ରିୟା କହିଛନ୍ତି ଯେ ନୀତିନ ଗଡକରୀ ଜଣେ ରାଷ୍ଟ୍ରୀୟ ନେତା ଓ ସେ ହିଁ ଅସଲି ବିଜେପିର ପ୍ରତିନିଧିତ୍ବ କରନ୍ତି  ।

Related posts

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

mahabharatanews

ରାହୁଲଙ୍କୁ ମିଳିଲା ଜାମିନ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୩୯ ଆକ୍ରାନ୍ତ ଚିହ୍ନଟ ଓ ୬୦ ଜଣ ମୃତ

mahabharatanews