ଭାରତ

ଦିଲ୍ଲୀ ବିଶ୍ବର ସବୁଠୁ ଖରାପ ବାୟୁଗୁଣବତ୍ତା ରାଜଧାନୀ

(ଦିଲ୍ଲୀ) : ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ ଭାବେ ଉଭା ହୋଇଛି। ଭାରତର ବାୟୁ ଗୁଣବତ୍ତା କେବଳ ଦୁଇଟି ଦେଶ- ବାଂଲାଦେଶ ଓ ପାକିସ୍ତାନ ତୁଳନାରେ ଭଲ ଥିଲା। ୧୩୪ଟି ଦେଶ ମଧ୍ୟରୁ ଏହି ଦୁଇଟି ଦେଶ ଭାରତକୁ ପଛରେ ପକାଇ ଯଥାକ୍ରମେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଏବଂ ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ଗତ ବର୍ଷ ଭାରତ ସବୁଠୁ ତଳୁ ଅଷ୍ଟମ ସ୍ଥାନରେ ଥିଲା।

ସୂଚନାନୁଯାୟୀ , ଦିଲ୍ଲୀ ବିଶ୍ବର ସବୁଠାରୁ ଖରାପ ବାୟୁଗୁଣବତ୍ତା ବିଶିଷ୍ଟ ରାଜଧାନୀ ପାଲଟିଛି। ୨୦୨୩ରେ ଦିଲ୍ଲୀର ପିଏମ୍ ୨.୫ ସ୍ତର ଘନମିଟର ପିଛା ୯୨.୭ ମାଇକ୍ରୋଗ୍ରାମକୁ ବୃଦ୍ଧି ପାଇଛି। ୨୦୨୨ରେ ଏହା ଘନମିଟର ପିଛା ୮୯.୧ ମାଇକ୍ରୋଗ୍ରାମ୍ ଥିଲା। କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ଉଭା ହୋଇଛି। ବିଶ୍ୱର ଶ୍ରେଷ୍ଠ ୧୧ଟି ପ୍ରଦୂଷିତ ସହର ମଧ୍ୟରୁ ୧୦ଟି ଭାରତର ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ଲାହୋର।

Related posts

କେରଳ ରାଜ୍ୟପାଳଙ୍କୁ Z + ସୁରକ୍ଷା 

mahabharatanews

 ନୂଆ ସଂସଦ ଭବନରେ ଶୋଭା ବଢ଼ାଇଲା ଜାତୀୟ ପତାକା 

mahabharatanews

ଭୂମିକମ୍ପରେ ଥରିଲା ଗୁଜରାଟ,ରିକ୍ଟର ସ୍କେଲରେ ତୀବ୍ରତା ୩.୫

mahabharatanews