ଭାରତ

‘ପୁଷ୍ପକ’ର ସଫଳ ଅବତରଣ

(ଆନ୍ଧ୍ରପ୍ରଦେଶ) :  ଶୁକ୍ରବାର ଏହା କର୍ଣ୍ଣାଟକର ଚିତ୍ରଦୁର୍ଗା ନିକଟସ୍ଥ ଚଲାକେରେସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ‘ପୁଷ୍ପକ’ ନାମକ ଏହାର ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲର ଅବତରଣ ଅଭିଯାନକୁ ସଫଳତାର ସହ ସମ୍ପାଦନ କରିଛି। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଏ ସମ୍ପର୍କରେ ମହାକାଶ ସଂଗଠନ ଏକ୍ସରେ ସୂଚନା ମିଳିଛି ।

ସୂଚନାନୁଯାୟୀ , ପୁଷ୍ପକକୁ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟର ଯୋଗେ ଉଠାଇ ୪.୫ କିଲୋମିଟର ଉଚ୍ଚତାରୁ ଛାଡ଼ି ଦିଆଯାଇଥିଲା। ରନୱେଠାରୁ ୪ କିଲୋମିଟର ଦୂରରେ ଛାଡ଼ିଦେବା ପରେ ପୁଷ୍ପକ କ୍ରସ୍-ରେଞ୍ଜ ସଂଶୋଧନ ସହ ଆପେ ଆପେ ରନ୍‌ୱେ ନିକଟରେ ପହଞ୍ଚିଥିଲା। ଏହା ଠିକ୍ ରନ୍‌ୱେରେ ଅବତରଣ କରିଥିଲା ଏବଂ ଏହାର ବ୍ରେକ୍ ପାରାସୁଟ୍, ଲ୍ୟାଣ୍ଡିଂ ଗିଅର୍ ବ୍ରେକ୍ ଏବଂ ନୋଜ୍ ହ୍ୱିଲ୍ ଷ୍ଟିୟରିଂ ସିଷ୍ଟମ୍ ବ୍ୟବହାର କରି ଅଟକିଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Related posts

କାବୁ ହେଲା ମଣିଷଖିଆ କଲରାପତ୍ରିଆ

mahabharatanews

‘ସ୍କୁପ୍‌’ର ରିଲିଜ୍‌ ବନ୍ଦ ପାଇଁ ଆବେଦନ କଲେ ଗ୍ୟାଙ୍ଗ୍‌ଷ୍ଟର୍‌ ଛୋଟା ରାଜନ୍‌

mahabharatanews

ଓଡିଶା ଆସିବେ ରାହୁଲ ଏବଂ ପ୍ରିୟଙ୍କା 

mahabharatanews