ଓଡିଶା

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ 

(ଭୁବନେଶ୍ୱର) : ବିଜେଡିରୁ ଆଜି ବିଧିବଦ୍ଧ ଇସ୍ତଫା ଦେଇଛନ୍ତି ଜଣେ ପୁରାତନ ବିଧାୟକ । ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଛାଡିଛନ୍ତି । ପୂର୍ଣ୍ଣ ଚନ୍ଦ୍ର ନିଜର ଇସ୍ତାଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠେଇଛନ୍ତି । ବିଜେଡିରୁ ଇସ୍ତଫାର କାରଣ ପୂର୍ଣ୍ଣ ଚନ୍ଦ୍ର ଦର୍ଶାଇ ନାହାନ୍ତି ।

ସୂଚନାନୁଯାୟୀ , କିନ୍ତୁ ସେ ଭାରି ହୃଦୟରେ ଇସ୍ତାଫା ଦେଇଥିବା କଥା ଚିଠିରେ ଲେଖିଛନ୍ତି । ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଟିକେଟରେ ଦୁଇ ଥରର ବିଧାୟକ ହୋଇଛନ୍ତି । ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଖଲ୍ଲିକୋଟ ଆସନରୁ ବିଧାନସଭା ଆସିଥିଲେ । ତେବେ ପୂର୍ଣ୍ଣ ଚନ୍ଦ୍ର ସେଠୀ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି । ତେବେ ଗତ ନିର୍ବାଚନରେ ଦଳ ପୂର୍ଣ୍ଣ ଚନ୍ଦ୍ରଙ୍କ ବଦଳରେ ସୂର୍ଯ୍ୟମଣି ବୈଦ ଟିକେଟ ଦେଇଥିଲେ ବିଜେଡି ସଭାପତି

Related posts

ରାଜ୍ୟରେ ଖୋଲିବ ଆଉ ୧୧ ସାଇବର ଥାନା

mahabharatanews

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

mahabharatanews

ନଦୀରୁ ବସ୍ତାରେ ବନ୍ଧା ୨ ମୃତଦେହ ଉଦ୍ଧାର

mahabharatanews