ଭାରତ

“ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହୁ “: କେଜ୍ରିୱାଲ

(ଦିଲ୍ଲୀ)  : ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥାଇ ନୂଆ ଆଦେଶ ଜାରି କରିଛନ୍ତି । ଅରବିନ୍ଦ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଏହା ସୁନିଶ୍ଚିତ କରିଛନ୍ତି କି ହସ୍ପିଟାଲ ଓ କ୍ଲିନିକରେ ଲୋକଙ୍କୁ ମାଗଣାରେ ଔଷଧ ମିଳିବା ଜାରି ରହିଥାଉ । ସେମାନଙ୍କ ଡାକ୍ତରି ପରୀକ୍ଷା ବି ସୁନିଶ୍ଚିତ କରାଯାଉ ।

ସୂଚନାନୁଯାୟୀ , ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ‘ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଜେଲ୍ ଯିବା କାରଣରୁ ଦିଲ୍ଲିବାସୀଙ୍କୁ ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ସେ ଚିନ୍ତିତ ରହିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହୋଲା କ୍ଳିନିକ୍ ଗୁଡ଼ିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି’ । ସେହିପରି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେପାଜତରେ ଥାଇ ଦିଲ୍ଲୀବାସୀଙ୍କ ପିଇବା ପାଣି ନେଇ ଚିନ୍ତିତ ।

Related posts

ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କଲେ କେଜ୍ରିଓ୍ବାଲ

mahabharatanews

ଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରି

mahabharatanews

ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି

mahabharatanews