ଭାରତ

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ 

(ଦିଲ୍ଲୀ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଆଡଭାନୀଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରିଥିଲେ।

ସୂଚନାନୁଯାୟୀ , ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗତକାଲି ରାଷ୍ଟ୍ରପତି ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ମହାନ ଚାଷୀ ନେତା ଚୌଧୁରୀ ଚରଣ ସିଂହ, କୃଷି ବୈଜ୍ଞାନିକ ଏମ୍ ଏସ୍ ସ୍ୱାମୀନାଥନ୍ ଏବଂ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଅସୁସ୍ଥତା କାରଣରୁ ଆଡଭାନୀ ଏହି ଉତ୍ସବରେ ଗତକାଲି ଯୋଗଦେଇ ନଥିଲେ।

Related posts

ଥରୁରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ମାନହାନି ମାମଲା 

mahabharatanews

ପ୍ରସିଦ୍ଧ ପତ୍ରିକାର କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି

mahabharatanews