ଭାରତ

ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସାଂସଦ ଫାରୁକ୍ ଅବଦୁଲ୍ଲା

(ଶ୍ରୀନଗର) : ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ନ୍ୟାସନାଲ କନଫରେନ୍ସ ସଭାପତି ତଥା ଶ୍ରୀନଗର ବର୍ତ୍ତମାନର ସାଂସଦ ଫାରୁକ୍ ଅବଦୁଲ୍ଲା । ଏନେଇ ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି। ଓମାର କହିଛନ୍ତି ଯେ ସ୍ୱାସ୍ଥ୍ୟ କାରଣରୁ ଫାରୁକ୍ ଅବଦୁଲ୍ଲା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ସୂଚନାନୁଯାୟୀ , ନିକଟରେ ଫାରୁକ୍ ଅବଦୁଲ୍ଲା ଜାମ୍ମୁ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରମଣ ଭାଲାଙ୍କୁ ସମର୍ଥନ କରି ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ଇଣ୍ଡିଆ ମେଣ୍ଟରେ ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଇଣ୍ଡିଆ ମେଣ୍ଟରେ କୌଣସି ବିବାଦ ନାହିଁ। ଫାରୁକ୍, ଓମାର ଅବଦୁଲ୍ଲା, ମେହବୁବା ମୁଫତି ସମସ୍ତେ ଏକଜୁଟ ହୋଇଛନ୍ତି । ଫାରୁକ୍ କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ସମ୍ବିଧାନକୁ ବଞ୍ଚାଇବା ପାଇଁ ଇଣ୍ଡିଆ ଆଲାଇନ୍ସ ଗଠନ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନକୁ ରଦ୍ଦ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ।

Related posts

ଆଶ୍ଚର୍ଯ୍ୟ ହେଲେ ବି ସତ,୧୦ ବର୍ଷ ବାଳକର ରହଛି ୫୦ଟି ଦାନ୍ତ

mahabharatanews

 ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ଦେହାନ୍ତ

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews