ଭାରତ

ଆଜିଠୁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ମୋଦୀ

(ଦିଲ୍ଲୀ) : ଆଜିଠୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡ ଏବଂ ମହାରାଷ୍ଟ୍ରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କ ପ‌ାଇଁ ସେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଛତିଶଗଡର ୧୧ଟି ଲୋକସଭା ଆସନ ପାଇଁ ମତଦାନ ଏପ୍ରିଲ ୧୯, ଏପ୍ରିଲ ୨୬ ଏବଂ ମେ’ ୭ରେ ତିନିଟି ପର୍ଯ୍ୟାୟରେ ହେବ। ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ସେହିଭଳି ଚନ୍ଦ୍ରପୁର ଆସନ ପାଇଁ ମଧ୍ୟ ଏପ୍ରିଲ ୧୯ରେ ମତଦାନ ହେବ।

ସୂଚନାନୁଯାୟୀ ,  ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ବସ୍ତର ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଲି କରିବା ସହ ସମର୍ଥକଙ୍କୁ ସମ୍ବୋଧିତ କରିବେ।  ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ। ବିଜେପି ପ୍ରାର୍ଥୀ ମହେଶ କଶ୍ୟପଙ୍କୁ ସମର୍ଥନ କରିବା ପାଇଁ ସେ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Related posts

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ

mahabharatanews

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

mahabharatanews

 ସମନ୍ବୟ କମିଟି ବୈଠକରେ ଯୋଗ ଦେବେ ନାହିଁ ଦିଦି 

mahabharatanews