ଓଡିଶା

ଗ୍ରୀଷ୍ମ ପ୍ରବାହ:  ବୌଦ୍ଧ ସହରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ରେକର୍ଡ

ଚଳିତବର୍ଷ ପ୍ରଥମ ଥର ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଡେଇଁଛି। ବୌଦ୍ଧ ସହରରେ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ଓ ବାରିପଦାରେ ୪୪.୨ ଡିଗ୍ରି ରେକର୍ଡ ହୋଇଛି। ତେବେ ପାଣିପାଗ ସଂସ୍ଥା ଓଗିମେଟି ତଥ୍ୟ ଅନୁଯାୟୀ ଦିନରେ ବୌଦ୍ଧ ଓ ବାରିପଦାଠାରେ ଏସିଆ ମହାଦେଶର ତୃତୀୟ ଏବଂ ଚତୁର୍ଥ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବା ନେଇ ପୂର୍ବାନୁମାନ କରାଯାଇଛି। ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖଠାରୁ ପଶ୍ଚିମା-ଝଡ଼ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିବ। ୨୪ ତାରିଖ ପର୍ଯ୍ୟନ୍ତ ତାତିରୁ ସାମୟିକ ଆଶ୍ବସ୍ତି ମିଳିପାରେ। ୨୫ ତାରିଖଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ। ମାସର ଶେଷ ଆଡ଼କୁ ଗ୍ରୀଷ୍ମ ପ୍ରବାହ ସହ କିଛି ଅଞ୍ଚଳରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

Related posts

ସମ୍ପର୍କୀୟ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ

mahabharatanews

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

mahabharatanews

ଖଜୁରୀଡିହା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମିଳୁଛି ବାସି ଖାଦ୍ୟ

mahabharatanews