ଓଡିଶା

ଶିମିଳିପାଳ ଜଙ୍ଗଲରେ ନିଆଁ

(ଶିମିଳିପାଳ) : ଶିମିଳିପାଳ ଜଙ୍ଗଲରେ ନିଆଁ । ପ୍ରତ୍ୟେକ ବର୍ଷ ଏମିତି ଘଟଣା ଦେଖିବାକୁ ମିଳେ । କାରଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଥାଏ । ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ୧୩ ଟି ସ୍ଥାନରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଫାୟାର ସ୍କୋଡ୍, ବନ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତିି ।

ସୂଚନାନୁଯାୟୀ , ରାଜ୍ୟରେ ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ପାର କରିଥିବା ବେଳେ ହିଟ୍ୱେଭ ଦେଖିବାକୁ ମିଳିଛି । ଖରାରେ ଗଛପତ୍ର ଶୁଖିଯାଉଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଉପରେ ଛାନଭିନ କରୁଛି ବନ ବିଭାଗ । ଜଙ୍ଗଲ ସହ ପାଖରେ ଥିବା ପାଖୁଡି ବଣରେ ନିଆଁ ଲାଗିଯାଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନୀଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ୪ଟି ଅଗ୍ନିଶମ ଟିମ ନିଆଁକୁ ଆୟତ କରିଛନ୍ତି ।

Related posts

ବୌଦ୍ଧରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ

mahabharatanews

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ

mahabharatanews

ଦେବସ୍ନାନ ପୂର୍ଣ୍ଣିମା: ୧୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews