ଭାରତ

୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 

(ଦିଲ୍ଲୀ) : ଆସନ୍ତା ଏପ୍ରିଲ୍ ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ସେ ସେହି ଦିନ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ବିଧାନସଭା ନିର୍ବାଚନ ଲଢ଼ୁଥିବାରୁ ଅମିତ ଶାହ ବି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ୍ ବଜାଇବେ ବୋଲି କୁହାଯାଉଛି।

ସୂଚନାନୁଯାୟୀ , ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରିବେ। ସେ ଏଠାରେ ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବା ସହ ବିଜୟ ମନ୍ତ୍ର ଦେବେ।

Related posts

ସ୍ୱାମୀ କଲା ଗଣଦୁଷ୍କର୍ମ , ଭିଡିଓକୁ କଲା ଭାଇରାଲ

mahabharatanews

ଜଷ୍ଟିସ ଏସ୍‌ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା

mahabharatanews

କୋଭିଡ ସମୀକ୍ଷା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

mahabharatanews