(ବସ୍ତର) : ଯବାନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଛତିଶଗଡ଼ ବସ୍ତର ଜିଲ୍ଲାରେ ଯବାନଙ୍କୁ ନେଇ ଫେରିବା ବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ନିର୍ବାଚନ କାମ ସାରି ଜଗଦଲପୁର ମୁଖ୍ୟ କାଯ୍ୟାଳୟରୁ ଫେରିବା ବେଳେ କୋଡେନାର ପୋଲିସ ଷ୍ଟେସନ ନିକଟ ମୁଖ୍ୟ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ବସରେ ପ୍ରାୟ ୩୨ ଜଣ ଯବାନ ଥିବା ଜଣାପଡ଼ିଛି । ବସ ସାମ୍ନାକୁ ଗୋରୁ ପଲ ଆସିଯିବାରୁ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି ।
previous post
next post
