ଓଡିଶା

” ଏଥର ଯୋଡ଼ି ଶଙ୍ଖ”: ନଵୀନ 

(ଭୁବନେଶ୍ୱର) : ବିଜେଡିର ଟିକେଟ ଚୂଡ଼ାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୬ଟି ଆସନ ବାକି ରହିଛି। ଏଥର ପ୍ରଚାର ପାଇଁ ଦଳ ପକ୍ଷରୁ ସବୁ ପ୍ରସ୍ତୁତି ‌ସରିଲାଣି। ଆସନ୍ତା ୨୪ ତାରିଖରେ ହିଞ୍ଜିଳିରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିବେ। ଆପଣମାନେ ଆଶୀର୍ବାଦ କରନ୍ତୁ। ଏହା ସହ ବିଜେଡି ନେତା ଭି କେ ପାଣ୍ଡିଆନ୍‌ଙ୍କ ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଛି। ଏଥିରେ ନବୀନ ୨୪ରେ ହିଞ୍ଜିଳି ଯିବେ ବୋଲି ସେ ସୂଚନା ଦେଉଛନ୍ତି।

ସୂଚନାନୁଯାୟୀ , ଏହା ପୂର୍ବରୁ ଆଜି ସନ୍ଧ୍ୟାରୁ ନବୀନଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ନବୀନ ଦୁଇ ହାତରେ ଦୁଇଟି ଶଙ୍ଖର ପ୍ରତିକୂର୍ତ୍ତି ଦେଖାଉଛନ୍ତି। କହୁଛନ୍ତି, ଏଥର ଯୋଡ଼ି ଶଙ୍ଖ। ଏମ୍‌ଏଲ୍‌ଏ ପାଇଁ ଓ ଏମ୍‌ପି ପାଇଁ।  ଏହା ସହ ଯୋଡ଼ି ଶଙ୍ଖରେ ମଧ୍ୟ ଭୋଟ୍‌ ଦେବାକୁ ନିବେଦନ କରୁଛନ୍ତି।

Related posts

 ପିଲା ୟୁଟ୍ୟୁବରେ ପଢିବେ ପାଠ

mahabharatanews

ବାହାନଗା ଟ୍ରେନ୍ ଟ୍ରାଜେଡି: ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ

mahabharatanews

ସାହାରପଡା ବ୍ଲକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews