ଓଡିଶା

ଗ୍ରୀଷ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନ୍ 

(ଭୁବନେଶ୍ୱର) : ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବାକୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

ସୂଚନାନୁଯାୟୀ , ପୂର୍ବରୁ ୨୧ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଆଉ ୫ଟି ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ସେଗୁଡ଼ିକ ହେଲା ପୁରୀ-ଉଧନା(ସୁରଟ) ଦ୍ୱି-ସାପ୍ତାହିକ ଟ୍ରେନ୍‌, ଦୁଇଟି ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଟ୍ରେନ୍, ସମ୍ବଲପୁର-ଏରୋଡ୍ ସାପ୍ତାହିକ ଟ୍ରେନ୍, ବିଶାଖାପାଟଣା-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ଚେନ୍ନାଇ ଏଗମୋର ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟଣା-ହଟିଆ ସ୍ୱତନ୍ତ୍ର ଟ୍ରେନ୍। ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ପୁରୀ, ଭୁବନେଶ୍ୱର, ବିଶାଖାପାଟଣା, ସମ୍ବଲପୁର, କଟକ ଓ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ବାହାରି ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରିବ।

Related posts

ବରୀ ବ୍ଲକରେ କୋଭିଡ ନିୟମକୁ ଫୁ, ସାମାଜିକ ଦୂରତା ନମାନି ଡଙ୍ଗାରେ ଯାଉଛନ୍ତି ଲୋକେ

mahabharatanews

ଜାତୀୟ ସଡ଼କ ସୁରକ୍ଷା ମାସରେ ବାରକୋଟ ପୋଲିସ ଏବଂ +୩ ଡିଗ୍ରୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମ

mahabharatanews

ପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳ

mahabharatanews