ମନୋରଞ୍ଜନ

ଆଜି OTT ପ୍ଲାଟଫର୍ମରେ ରିଲିଜ ହେବ ୱେବ୍ ସିରିଜ୍ ‘Heeramandi’

(ମୁମ୍ବାଇ) : ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଚର୍ଚ୍ଚିତ ୱେବ୍ ସିରିଜ୍ ‘Heeramandi’ ବର୍ତ୍ତମାନ ହେଡଲାଇନରେ ରହିଛି । ଖବର ଅନୁସାରେ, ଗତ ୧୫ ବର୍ଷ ହେବ ସଞ୍ଜୟ ଲୀଲା ଭନସାଲୀ ଏହି ସିରିଜର କାହାଣୀକୁ ନେଇ ସିନେମା ତିଆରି କରିବାକୁ ଚିନ୍ତା କରୁଥିଲେ । ଶେଷରେ ଏହା ସଫଳ ହୋଇଛି, ମେ’୧ ତାରିଖରେ OTT ପ୍ଲାଟଫର୍ମରେ ଏହି ‘Heeramandi’ରିଲିଜ୍ ହେବା ପାଇଁ ଯାଉଛି ।

ସୂଚନାନୁଯାୟୀ , ସଞ୍ଜୟ ଲୀଲା ଭନସାଲୀ ଏକ ୱେବ୍ ସିରିଜ୍ ମାଧ୍ୟମରେ ଏହି କାହାଣୀକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଯାଉଛନ୍ତି । ଏହା OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏଥିରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଆଦିତୀ ରାଓ ହେଦରୀ, ରିଚା ଚଢା, ଶର୍ମିନ୍ ସେହଗାଲ, ଫରଦନ ଖାନ ଏବଂ ଶେଖର ସୁମନଙ୍କ ଭଳି ଅଭିନେତାମାନେ ନଜର ଆସିବେ। ଏହି ୱେବ୍ ସିରିଜ୍ ମେ ୧ ତାରିଖ ଦିନ ପ୍ରାୟ ୧.୩୦ ରେ ମୁକ୍ତିଲାଭ କରିବ। ତେବେ ଦର୍ଶକମାନେ ଆସନ୍ତାକାଲି ଅପରାହ୍ନରେ ଏହି ସିରିଜ୍ ଦେଖି ପାରିବେ । ତେବେ ପୂର୍ବରୁ ଏହି ସିରିଜରେ ସମସ୍ତ ଗୀତ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।

Related posts

୯ବର୍ଷ ପରେ ଅଭିନୟ ଜଗତକୁ ଫେରିବେ ଇମ୍ରାନ ଖାନ

mahabharatanews

ତିରୁପତିରେ ବଲିଉଡ୍‌ ଅଭିନେତ୍ରୀ ଜହ୍ନବୀ କପୁର

mahabharatanews

 ଆରମ୍ଭ ହେବ’କୌନ ବନେଗା କରୋଡପତି’ 

mahabharatanews