ଭାରତ

୧୪ରେ  ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ ମୋଦି 

(ଦିଲ୍ଲୀ) : ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୧୩ ରେ ସେ ବାରଣାସୀରେ ଏକ ବିଶାଳ ରୋଡ୍ ସୋ କରିବେ।

ସୂଚନାନୁଯାୟୀ , ଏହି ରୋଡସୋରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାର ସମ୍ଭାବନା ରହିଛି । ୨୦୨୪ ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟରେ ବାରଣାସୀ ଲୋକସଭା ଆସନ ପାଇଁ ମତଦାନ ହେବ। ସେପଟେ ଦଳ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାର୍ଥିପତ୍ର ଦାଖଲ ଓ ରୋଡ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ।

Related posts

କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା 

mahabharatanews

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

mahabharatanews

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

mahabharatanews