ଓଡିଶା

ରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି ପାର 

(ଭୁବନେଶ୍ୱର) : ରାଜ୍ୟରେ ଗ୍ରୀଷ୍ମ  ପ୍ରବାହ ଜାରି ରହିଛି। ରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି। ୪୪.୬ ଡ଼ିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ୭ଟି ସହରରେ ଦିନ ତାପମାତ୍ରା ୪୩ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବର ଓ କଟକରେ ପାରା ପୁଣି ଥରେ ୪୦ଡ଼ିଗ୍ରି ଅତିକ୍ରମ କରିଛି। ୨୪ଘଣ୍ଟାର ବ୍ରେକ୍‌ ପରେ  ଆଜି ପୁଣି ୪୦ଡ଼ିଗ୍ରି ଅତିକ୍ରମ କରିଛି। ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Related posts

ଅଧ୍ୟାପିକା ରୁକ୍ମଣୀଙ୍କ ମୃତ୍ୟୁକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

mahabharatanews

ପାର୍କିଂ କଳିରୁ ଡବଲ ମର୍ଡର !

mahabharatanews

ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

mahabharatanews