ଓଡିଶା

 “ବିଜେପି ଦିନରେ ସ୍ବପ୍ନ ଦେଖୁଛି” 

(ଭୁବନେଶ୍ୱର) :  ମୋଦୀଙ୍କୁ ଟାର୍ଗେଟ କଲେ ନବୀନ ! କହିଲେ “ବିଜେପି ଦିନରେ ସ୍ବପ୍ନ ଦେଖୁଛି” । ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ ବୋଲି କହୁଥିବା ବେଳେ ହସିହସି ଏହାକୁ ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ଜାରି କରିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି  ।

ସୂଚନାନୁଯାୟୀ ,ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ ମୁଖ୍ଯମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ଯରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି । ତେବେ ଜବାବରେ ମୁଖ୍ଯମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛି ।

ମୋଦି ଆଜି ସଭାରେ କହିଥିଲେ, ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ।

Related posts

ବାଣ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

mahabharatanews

ଆଜିଠୁ ଚାଲିବ ତେଜସ୍ କୋଚ୍ 

mahabharatanews

ନବଯୌବନ ଦର୍ଶନ; ପାରମାଣିକ ଟିକେଟଧାରୀ କରିବେ ଦର୍ଶନ,ଜଣାନ୍ତୁ ଟିକେଟ ମୂଲ୍ୟ 

mahabharatanews