ଓଡିଶା

ସମୀର ଏବଂ ଅରୁନ୍ଧତୀଙ୍କୁ ନୂଆ ଦାୟିତ୍ୱ 

(ଭୁବନେଶ୍ୱର) : ସମୀର ରଞ୍ଜନ ଦାଶ ଓ ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ବିଜୁ ଜନତା ଦଳ ଦେଇଛି ନୂଆ ଦାୟିତ୍ୱ । ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ଦିଆଯାଇଥିବା ବେଳେ ଅରୁନ୍ଧତୀ ଦେବୀଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

ସୂଚନାନୁଯାୟୀ , ଅରୁନ୍ଧତୀ ଦେବୀ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ଦଳ ତାଙ୍କୁ ଦେବଗଡ଼ରୁ ଟିକେଟ ଦେଇଥିଲା । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଦଳ ତାଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଟିକେଟ୍ ଦେଇଥିଲା ଓ ଏହାପରେ ଅରୁନ୍ଧତୀ ଦେବୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ସମୀର ଦାଶ ମଧ୍ୟ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ବାରମ୍ବାର କର୍ମୀ ଓ ସମର୍ଥକଙ୍କୁ ନେଇ ସମୀର ତାଙ୍କ ବଳ ପ୍ରଦର୍ଶନ କରିଥିଲେ ।

Related posts

୬ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ 

mahabharatanews

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

mahabharatanews

୨୪ ଘଣ୍ଟାରେ ଆଉ ୨୬୯୮ ନୂତନ କରୋନା ଚିହ୍ନଟ

mahabharatanews