ଓଡିଶା

ପ୍ରଦୀପଙ୍କୁ ଆକ୍ରମଣ ମାମଲା; ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ

(ବ୍ରହ୍ମପୁର) : ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ । ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଗିରଫ କଲା ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ ଜେଲ୍‌ ପଠାଗଲା ।

ସୂଚନାନୁଯାୟୀ , ଗତକାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଓରଫ ପିଣ୍ଟୁ । ଆକ୍ରମଣ ପରେ ପିଣ୍ଟୁଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ ।ଆକ୍ରମଣରେ ଆହତ ପ୍ରଦୀପ ପାଣିଗ୍ରାହୀ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

Related posts

ରାଜ୍ୟରେ ୧୦୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମାଣ୍ଡିଆ ଗୀତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ମହିଳାଙ୍କୁ ଅସଦାଚରଣ କରି ଉଠବସ୍ ହେଲେ କଣ୍ଡକ୍ଟର

mahabharatanews